ସମ୍ବଲପୁର ମ୍ୟୁନିସିପାଲଟି: ରଙ୍ଗିଆଟିକ୍ରା ଠାରେ କବାଟରେ ପିଟି ହୋଇ ଜଣେ ବ୍ୟକ୍ତି ଗୁରୁତର ଆହତ
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ରଙ୍ଗିଆଟିକ୍ରା ଠାରେ କବାଟ ରେ ପିଟି ହୋଇ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ କୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ରଙ୍ଗିଆଟିକ୍ରା ଗ୍ରାମ ର ତୀର୍ଥ ଲମଗା ନିଜ ଘର କବାଟ ରେ ପିଟି ହୋଇଥିବା ବେଳେ ତାଙ୍କ ନାକ ଓ ମୁଁହ ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଶନିବାର ରାତି ପ୍ରାୟ ୧୦ ଟାରେ ତାଙ୍କୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।