ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର-ଗଏଲପିଟା ରାସ୍ତା ନିକଟସ୍ଥ ରେ ଥିବା ଏକ ଗଛରେ ରବିବାର ମଧ୍ୟାହ୍ନରେ ଜନୈକ ଯୁବକ ର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା ।ମୃତକ ଜଣକ ହେଲେ ଗଙ୍ଗାସାଗର ର ରାହୁଳଧରୁଆ ।ଏନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।