ବୀରମହାରାଜପୁର: ଚରଦା ଠାରେ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ବିଧାୟକ
ବିନିକା ଥାନା ଅନ୍ତର୍ଗତ ଚରଦା କଲ୍ୟାଣ ମଣ୍ଡପ ଠାରେ ଆଜି ଅପରାହ୍ନ 3ଟା ସମୟରେ ମାଁ ଚରାଦେଇ ଆଞ୍ଚଳିକ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ କମିଟିର ସଭାପତି ଅଶୋକ ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ବିଆଠକରେ ଆସନ୍ତା 30,1 ଏବଂ ଦୁଇ ତାରିଖ ଦିନ ତିନି ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ କରାଯିବା ନେଇ ଆଲୋଚନା କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ବୈଠକରେ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l l