ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ର ୩୮ ତମ ବାର୍ଷିକ କ୍ରୀଡା ଆଜି ସକାଳ ସାଢ଼େ ଦଶଟା ସମୟରେ ଉଦ୍ଘାଟିତ ହୋଇଯାଇଛି। ଏହି କ୍ରିଡ଼ା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାନଦୀ କୋଇଲା କମ୍ପାନୀ ଇବ ଭେଲି ଏରିଆର ଲଜକୁରା ଖୋଲା ମୁଁହ କୋଇଲା ଖଣି ର ସୁରକ୍ଷା ଅଧିକାରୀ ମନ୍ତକ ଲାଲ ପ୍ରଜାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିପ ପ୍ରଜ୍ଜ୍ୱଳନ ,ମଶାଲ ପ୍ରଜ୍ଜ୍ୱଳନ ମା ସରସ୍ଵତୀ, ଭାରତ ମାତା ଓ ଓମ୍ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କ୍ରୀଡା ଉତ୍ସବ କୁ ଉଦଘାଟନ କରିଥିଲେ।