ବଲାଙ୍ଗିର ରେ ଆୟୋଜିତ ଏକାଦଶ ଭୀମପାହାଡ ମହୋତ୍ସବ ଉପଲକ୍ଷେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଭୀମପାହାଡ ର ସଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ପର୍ଯ୍ୟଟନସ୍ଥଳୀ କେବଳ ବଲାଙ୍ଗିର ନୁହେଁ, ସମଗ୍ର ଓଡିଶାର ଗୌରବ ଓ ପରିଚୟ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଐତିହାସିକ ଅଞ୍ଚଳର ଉନ୍ନତିକରଣ ଓ ପର୍ଯ୍ୟଟନ ସୁବିଧା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମହୋତ୍ସବ ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ଓ ଗୀତ ଆୟୋଜିତ ହୋଇଥିଲା