ତୁଳସୀଚଉରା ଠାରେ ୧୮ନଂ ଜାତୀୟରାଜପଥ ପାର୍ଶ୍ୱରେ ଥିବା ଏକ ୱାସପଏଣ୍ଟର କବାଟଭାଙ୍ଗି ଦୁଇଟି ପାଣିଟାଙ୍କି ଚୋରି ଘଟଣାରେ ମଙ୍ଗଳବାର ରାତି ଏଗାରଟାରେ ମାମଲା ରୁଜୁକଲା ବେତନଟୀ ପୁଲିସ l ଏତଲାକାରୀ ସ୍ୱର୍ଗତ ବିଜୟ ଶର୍ମାଙ୍କ ପୁଅ ଶୁଭମ କୁମାର ଶର୍ମାଙ୍କ ଅଭିଯୋଗ ମୁତାବକ ତୁଳସୀଚଉରାଠାରେ ଥିବା ତାଙ୍କର ୱାସପଏଣ୍ଟ ବନ୍ଦ ଥିବାବେଳେ ବନ୍ଦଘରୁ କବାଟଭାଙ୍ଗି ୫ଶହଲିଟର ଜଳଧାରଣ କ୍ଷମତା ସମ୍ପନ୍ନ ଦୁଇଟି ପାଣିଟାଙ୍କି ଏକସଙ୍ଗେ ଚୋରିକରି ନେଇଥିଲେ l