ପୁରୀ ମ୍ୟୁନିସିପାଲଟି: ସ୍ୱର୍ଗ ଦ୍ୱାରରେ ଶବ ହେଲା ଜୀବନ୍ତ ଘଟଣାରେ ପୁରୀ ମେଡିକାଲରେ ଆଜି ମାଉସୀ କଥା କହିବା ଆରମ୍ଭ କଲେ l
Puri M, Puri | Sep 16, 2025 ବୃଦ୍ଧାଙ୍କ ପରିଚୟ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ ୮୬ l ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l ଆଜି ସେ କଥା ହେଉଛନ୍ତି ପରିବାର ଲୋକେ ହେଲେ ବହୁତ ଖୁସି l