ଜୟପୁର: ବାରିଣିପୁଟରେ ଟ୍ରକ ଦୋକାନ ଭିତରେ ଧସେଇ ପଶିବା ମହିଳା ମୃତ୍ୟୁ ମାମଲା, ଡ୍ରାଇଭର, ହେଲପରକୁ ଗିରଫ କଲା ସଦର ପୋଲିସ
ଜୟପୁର ସଦରଥାନା ବାରିଣିପୁଟ ଫାଣ୍ଡି ସମ୍ମୁଖରେ ଜାତୀୟ ରାଜପଥ ବୁଲାଣି ନିକଟରେ ଟ୍ରକ ଦୋକାନ ଭିତରେ ଧସେଇ ପଶିବା ଘଟଣାରେ ଦୋକାନ ଗୃହ ଭିତରେ ରହିଥିବା ଜଣେ ମହିଳା ମୃତ୍ୟୁ ଓ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ମାମଲାରେ ଟ୍ରକ ଚାଳନା କରୁଥିବା ହେଲପର ରାମ ଖିଲ ଏବଂ ପାର୍ଶ୍ବରେ ବସିଥିବା ଡ୍ରାଇଭର ଧନୀ ଟାକ୍ରୀଙ୍କୁ ଆଜି ଗିରଫ କରାଯାଇ ଆଜି ରାତ୍ର 9ଟାରେ କୋର୍ଟ ଚାଲାଣ କରାଯାଇଛି । ଏହିପରି ଗତକାଲି ଅପରାହ୍ନରେ ଉକ୍ତ ମାଲବାହୀ ଟ୍ରକ କୋରାପୁଟ ପଟକୁ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁଁ ବାରିଣିପୁଟ ଠାରେ ୩ଟି ଦୋକାନ ଭିତରେ ଟ୍ରକ ଧସେଇ ପଶିଥିଲା ।