ରବିବାର ଦିନ ଖୁଣ୍ଟା ବ୍ଳକର ଭଳାଗଡିଆ ଷ୍ଟାଡିୟମ ପଡିଆ ଠାରେ ଦୁଇ ଦିନିଆ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଖୁଣ୍ଟା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ଲକ୍ଷ୍ମଣାସାହି ପଞ୍ଚାୟତର ସମିତି ସଭ୍ୟ ସୁନିଲ କୁମାର ଟୁଡୁ, ମାସାଆର୍ମୀ ର ରାଜ୍ୟ ସଭାପତି ସୁକଲାଲ ମାରାଣ୍ଡି, ଖୁଣ୍ଟା ବ୍ଲକର ଅଧ୍ୟକ୍ଷ ସୁଧନ୍ୟା ନାଏକ, ସମାଜସେବୀ ଅମର ସେଠୀଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।