ପଦ୍ମପୁର, ବିଜୟନଗର ପଡା ବାସିନ୍ଦା ଶଙ୍ଖ,ଘଣ୍ଟ, ବାଦ୍ୟ,ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣ ସହ ସଂକୀର୍ତନ୍ୟ ଦଳ ଓ ଡ଼ିଜେ ବାଦ୍ୟ ର ତାଳେ ତାଳେ ଗତକାଲି ବଡ଼ବନ୍ଧ ରୁ ଶୋଭାଯାତ୍ରା ରେ କଲସ ଆଣି ସ୍ଥାପନ କରିଥିଲେ l ଆଜି ସକାଳେ 10ଟା ସମୟରେ ପୂଜାରମ୍ଭ, ଆଳତୀ,ପୁଷ୍ପାଞ୍ଜଳି ଯଥାବିଧି ସମ୍ପାଦିତ ହେଉଥିବା ବେଳେ ପାରାୟଣ ଗାୟିକା ଶ୍ରୀମତୀ ବୈଷ୍ଣବି ମେହେର ଙ୍କ ସୁନ୍ଦରାକାଣ୍ଡ ର ପାରାୟଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l