କସ୍ତୁରୀ ବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ମହୁଲ ପାଲି ସ୍ଥିତ କସ୍ତୁରୀବା ଗାନ୍ଧୀ ମାତୃ ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ ସୋମବାର ସକାଳେ ପରିଦର୍ଶନ କରିଛନ୍ତି , ସମ୍ବଲପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା । ବିଦ୍ୟାଳୟର ଶ୍ରେଣୀଗୃହ ପରିଦର୍ଶନ ସହ ପାଠ ପଢାର ଦଦାରଖ କରିଥିଲେ । ସ୍କୁଲ ରେ ସଂସ୍କୃତ ଶିକ୍ଷକ ଓ ଜଣେ କିରାଣୀ ନିଯୁକ୍ତି ପାଇଁ ଫୋନ ଯୋଗେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।