ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ଜଣାପଡିଛି । ଏହି ବାତ୍ୟାକୁ ମୁକାବିଲା ଲାଗି ବ୍ଲକ, ତହସିଲଦାର ଓ ପୋଲିସ ପ୍ରଶାସନ ସମ୍ପୂଣ୍ଣର୍ର୍ ପ୍ରସ୍ତୁତ ଥିବା କୁହାଯାଇଛି । ମଙ୍ଗଳବାର ଅପରାହ୍ନରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହି ବ୍ଲକ କୋଷ୍ଟାଲ ଏରିଆ ତଥା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଳିବନ୍ଧ ପଞ୍ଚଯାତ ପୋଡ଼ମପେଟା ଗ୍ରାମକୁ ଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ବାତ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।