ଖଲ୍ଲିକୋଟ୍: ହରିଡ଼ାମୂଳ ଛକରେ ଅବକାରୀ ବିଭାଗ ର ଚଢ଼ାଉ, ୧୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଗଞ୍ଜେଇ ଚୋରା ଚାଲାଣ ବେଳେ ଖବର ପାଇ ହରିଡ଼ାମୂଳ ଛକରେ ଅବକାରୀ ବିଭାଗ ଚଢ଼ାଉ କରି ୧୧ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଆଜି ଦିନ ସାଢ଼େ ୧୦ ଟା ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରିଣୀ ତେଜସ୍ୱିନୀ ପ୍ରଧାନ ତାଙ୍କ ଟିମ ସହିତ ହରିଡ଼ାମୂଳ ଛକରେ ଚଢ଼ାଉ କରିଥିଲେ। ସେଠାରୁ ୧୧ କେଜି ଗଞ୍ଜେଇ ସହିତ ରାଇକିଆ ଥାନା ଅଂଚଳର ଅପସ ଦିଗାଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।