ରାଇଘର: ପିଚୁ ରାସ୍ତା ରେ ଧାନ ରୋଇ ପ୍ରତିବାଦ ଗଲେ ଗ୍ରାମବାସି
୩୫ ଲକ୍ଷ ଟଙ୍କା ର ପିଚୁ ମରା କାର୍ଯ୍ୟ ମାତ୍ର,ଛଅ ମାସରେ ପିଚୁ ଉଠି ମାଟି ରାସ୍ତା ପାଲଟିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରି ପିଚୁ ରାସ୍ତା ରେ ଧାନ ରୋଇଲେ ଗ୍ରାମବାସି,ରାଇଘର ବ୍ଲକ କୁମୁଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ଠାରୁ ହଳଦୀ ଡଙ୍ଗରୀ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଉକ୍ତ ରାସ୍ତାରେ ଏପ୍ରିଲ ମାସରେ ସମ୍ପୂର୍ଣ୍ଣ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିଲା l ରାସ୍ତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୂତନ ଭାବେ ପିଚୁ ପଡ଼ିଥିବା ବେଳେ ବର୍ତ୍ତମାନ ସମୟରେ କିନ୍ତୁ ଓଲଟା ଚିତ୍ର ସାମ୍ନାକୁ ଆସିଛି lଅଭିଯୋଗ ହୋଇଛି