ଅନୁଗୁଳ ସାଇବର ଥାନା ପୋଲିସ ଆଜି ନାଲକୋର CISF ୟୁନିଟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ନିରାପଦ ଡିଜିଟାଲ ଅଭ୍ୟାସ, ଅନଲାଇନ୍ ବିପଦ ନିବାରଣ ଏବଂ କର୍ମଚାରୀଙ୍କ ମଧ୍ୟରେ ସାଇବର ସ୍ୱଚ୍ଛତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଛେଣ୍ଡିପଦା ସମେତ ଜିଲ୍ଳାର ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ ହୋଇଥିବା CISF ଯବାନ ମାନେ ଯୋଗଦେଇଥିଲେ।