କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ରେ କୃଷକ ତାଲିମ ଶିବିର
ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି କାର୍ଯ୍ୟ କରିବା ପାଇଁ ତାଲିମ ପ୍ରଦାନ କରାଯାଉଛି । ବେଗୁନିଆପଡା ବ୍ଲକ କୃଷି କାର୍ଯାଳୟ ପରିସରରେ ଧାଡି ଧାନ ରୁଆ ଉପରେ ଏକ ତାଲିମ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ଦାସ, ବେଗୁନିଆପଡା କୃଷି ଅଧିକାରୀ ରାମଲାଲ ସାମଦ, କବିସୂର୍ଯ୍ୟନଗର କୃଷି ଅଧିକାରୀ ରାଜ କୁମାର ମିଶ୍ର, ପୁରୁଷୋତ୍ତମପୁର କୃଷି ଅଧିକାରୀ ତୁଷାର କାନ୍ତ ସାମଲ କୃଷି କାର୍ଯ୍ୟରେ ଉର୍ନ୍ନତ ସାର, ଉର୍ନ୍ନତବିହନ, ଉର୍ନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କରାଯାଇ ପାରିବବୋଲି କହିଥିଲେ ।