ଓରିଏଣ୍ଟ: ବଘରାଚକା ଗ୍ରାମରେ ଜୟ ମା' ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚାଲିଥିବା ଲକ୍ଷ୍ମୀପୂଜା ଅବସରରେ ଜଳନ୍ଧର ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଘରାଚକା ଗ୍ରାମରେ ବିଶ୍ୱନାଥ ମେହେର ସ୍ମାରକୀ ଟ୍ରଷ୍ଟ ଓ ଜୟ ମା' ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚାଲିଥିବା ଲକ୍ଷ୍ମୀପୂଜା ଅବସରରେ ଆଜି ବୁଧବାର ସଂଧ୍ୟା ସାଢ଼େ ସାତଟା ସମୟରେ ଜଳନ୍ଧର ଦରବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏ ଓ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରାଧେଶ୍ୟାମ ପ୍ରଧାନ,ରାଜପୁର,ଚାନ୍ଦିନୀମାଲ,ଗୌରମାଲ ଓ ଲୋଇସିଂହ ସରପଞ୍ଚ ,ରାଜପୁର ପୁର୍ବତନ ସମିତି ସଭ୍ୟ,ଗାନ୍ଧୀଛକ ଫାଣ୍ଡି ଅଧିକାରୀ ମଦନ ମୋହନ ନାଏକ ପ୍ରମୁଖ ସମ୍ମାନିତ ଅତିଥି