ରବିବାର ଦିନ ପ୍ରାୟ ୧୨ଟାରେ ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୯ ର ମାଛୁଆ ସାହି ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି। ତେବେ ନଗରପାଳ ମହଦୋୟ ମାଛୁଆ ସାହିର ବସ୍ତି ବାସିନ୍ଦା ଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ମାନ ନେବା ପାଇଁ ପୌରପାଳିକାର ସହାୟକ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।