ବାଲେଶ୍ବର ମ୍ୟୁନିସିପାଲଟି: ଆଜିମାବାଦ ଠାରେ ହଷ୍ଟେଲ ରୁମରେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା ଅଭିଯୋଗ
ଆଜି ବିଳମ୍ୱିତ ରାତି ୧.୩୦ ମିନିଟ ସମୟରେ ସହଦେବଖୁଣ୍ଟା ଥାନା ଆଜିମାବାଦ ସ୍ଥିତ ଏକ ଘରୋଇ ହଷ୍ଟେଲ ରେ ରହୁଥିବା ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି।ମୃତ ଯୁବକ ହେଲେ ବସ୍ତା ଥାନା ଗୁଡିଖାଳ ଅଞ୍ଚଳର କଳିଙ୍ଗ ରାଉତ।ସୂଚନା ମୁତାବକ ବିଳମ୍ବିତ ରାତିରେ ହଷ୍ଟେଲ ରୁମରେ କଳିଙ୍ଗ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ସହଦେବଖୁଣ୍ଟା ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଳିଙ୍ଗ ଙ୍କୁ ଫାଶୀ ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର କଳିଙ୍ଗ ଙ୍କୁ ମୃତ ଘୋଷଣା କରିଥିଲେ।