ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କାଦପଡା ଗ୍ରାମ ପୋଖରୀ ନିକଟରେ ଜଣେ ବାଟୋଇ କୁ ଧକାଦେଇଛି ବାଇକ l ଦୁର୍ଘଟଣା ରେ ବାଟୋଇ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଛନ୍ତି l ମୃତକ କାଦପଡା ଗ୍ରାମର ଇନ୍ଦ୍ରମଣି ରାଉତ ହୋଇଥିବା ବେଳେ ଗୁରୁତର ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ଗ୍ରାମର ଜିତୁ ନାୟକ ହୋଇଥିବା ଜଣାପଡିଛି l ଇନ୍ଦ୍ରମଣି ଚାଷ କାର୍ଯ୍ୟ ସାରି ନିଜ ଘରକୁ ଫେରିବା ସମୟରେ ପଛପଟୁ ଗୋଟିଏ ବାଇକ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା l ଦୁର୍ଘଟଣା ରେ ଉଭୟ ଗୁରୁତର ହୋଇଥିଲେ l