ଖଲ୍ଲିକୋଟ୍: ଖୋଜାପଲ୍ଲୀ ଗ୍ରାମରେ ପୋଲିସ ର ଚଢ଼ାଉ; ବେଆଇନ ବାଣ ଜବତ
ଖୋଜାପଲ୍ଲୀ ଗ୍ରାମରେ ଆଜି ପୋଲିସ ଚଢ଼ାଉ କରି ବେଆଇନ ବାଣ କରିବାରେ ସଫଳ ହୋଇଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନ ୩ ଟା ସମୟରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଥାନା ଅତିରିକ୍ତ ଆଇଆଇସି କେଶବ ଷଡ଼ଙ୍ଗୀ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର, ଏସ ଆଇ ମାନସୀ ସାହୁ, ତିନୋଟି ଗାଡ଼ିରେ ପୋଲିସ ଟିମ୍ ସହ ଖୋଜାପଲ୍ଲୀ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବାଣ ଜବତ କରିବାରେ ସଫଳ ହୋଇଛନ୍ତି ।