ବଲାଙ୍ଗୀର ଜ଼ିଲ୍ଲା ପ୍ରଶାସନ ତରଫରୁ ଜାତୀୟ ସନ୍ତରଣ ସ୍କୁଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଚ ପଦକ ଜିତି ଜିଲ୍ଲା ନାମ ଉଜ୍ୱଳ କରିଥିବା ସୌରଭ ପୁଟେଲଙ୍କୁ ଆଜି ସମ୍ବର୍ଦ୍ଧନା ଦିଆଯାଇଛି। ବଲାଙ୍ଗୀର ପହଞ୍ଚିବା ସମୟରେ ଜ଼ିଲ୍ଲାପାଳ ଫୁଲ ତୋଡ଼ା ଏବଂ ଉତ୍ତରୀୟ ପିନ୍ଧାଇ ସଂମାନ କରି ଶୁଭେଚ୍ଛା ଜଣାଇଲେ। ସହିତ ଅତିରିକ୍ତ ଜ଼ିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ ମଧ୍ୟ ସୌରଭଙ୍କୁ ଅଭିନନ୍ଦନା ଜଣାଇ ସଭ୍ୟ ଉନ୍ନତି ପାଇଁ ଆଶୀର୍ବାଦ କଲେ।