ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ପକ୍ଷରୁ ସ୍ଥାନୀୟ କାଳୀମନ୍ଦିର ପରିସରରେ ଆଜି ସନ୍ଧ୍ୟା ଛଅଟା ସମୟରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓରିଏଣ୍ଟ ଥାନା ଅଧିକାରୀ କ୍ଷମାସାଗର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ ପୋଲିସ ସମିତି ବୈଠକରେ ପରମେଶ୍ବର ପଟେଲ,ପ୍ରକାଶ ପରିଡା ଙ୍କ ସମେତ ଥାନା ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ସ୍ଥାନିୟ ଜନସାଧାରଣ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ ଛକ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ସମସ୍ୟା, ଅପରାଧ ନିୟନ୍ତ୍ରଣ ପାଇଁ ସିସି ଟିଭି ସ୍ଥାପନ, ଦୁର୍ଘଟଣା ମାନଙ୍କରେ