ଦେବଗଡ: ବାରକୋଟ କାଳୀପୂଜା ମହୋତ୍ସବ, ପଂଚମ ଦିବସରେ ହଜାର ହଜାର ଲୋକଙ୍କ ସମାଗମ
ବାରକୋଟ କାଳୀପୂଜା ମହୋତ୍ସବରେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଦୀପାବଳି ଦିନରୁ କାଳୀପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶନିବାର ପଂଚମ ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିଲା । କଟକ ଜିଲ୍ଲାରୁ ଆସିଥିବା ଅର୍କେଷ୍ଟ୍ରା ଡ୍ୟାନ୍ସ ଗୃଫର ଆଲବମ ଗୀତ ହଜାର ହଜାର ଦର୍ଶକଙ୍କୁ ମତୁଆଳା କରିଥିଲା । ମୀନାବଜାର ପଡିଆ ବୁଲିବା ସହିତ ବିଭିନ୍ନ ଦୋଳି ଏବଂ ଖାଦ୍ୟର ମଜା ଉଠାଇଥିଲେ ଦର୍ଶକ । ରାତି ପ୍ରାୟ୧୧.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା ।