ଆଜି ବଲାଙ୍ଗିର ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ପୌର ସଂସ୍ଥା ଅଧୀନରେ ଚାଲୁଥିବା ବିଭିନ୍ନ ଲୋକହିତକର ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବୈଠକରେ ସହର ଉନ୍ନୟନ, ସ୍ୱଚ୍ଛତା, ପାନୀୟଜଳ, ଗୃହନିର୍ମାଣ ଓ ସାମାଜିକ ସୁରକ୍ଷା ଯୋଜନାଗୁଡିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଯୋଜନାଗୁଡିକୁ ସମୟବଦ୍ଧ ଓ ପ୍ରଭାବୀ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ