ସୁକିନ୍ଦା: ମଙ୍ଗଳପୁର ଛକ ନିକଟରେ ଏକ ଗାଈ ସହ ବାଇକ୍ ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର
ସୁକିନ୍ଦା ଥାନା ଅନ୍ତର୍ଗତ କଞ୍ଚିଚୁଆ ଗ୍ରାମ ଗୋବିନ୍ଦ ମୁଣ୍ଡାଙ୍କ ପୁଅ ମଦନ ମୁଣ୍ଡା ବାଇକ୍ ନେଇ ପୁବଳ ଗ୍ରାମକୁ ଯାଉଥିବା ସମୟରେ ମଙ୍ଗଳପୁର ଛକ ନିକଟରେ ଏକ ଗାଈ ହଠାତ୍ ବାଇକ ସାମ୍ନାକୁ ଆସିବାରୁ ବାଇକଟି ଭାରଶ୍ୟାମ ହରାଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମଦନ ଅବସ୍ଥା ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକେ ମଦନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।