ଶାଲିମାର ରେଳ ଷ୍ଟେସନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ନେଇ ନଭେମ୍ବର ମାସରେ ବାତିଲ ରହିବ ବାମରା ଦେଇ ଯାଉଥିବା ଶାଲିମାର୍ ମୁମ୍ବାଇ ଏକ୍ସପ୍ରେସ ଟ୍ରେନ। ଏନେଇ ରବିବାର ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଶାଲିମାର ରେଳ ଷ୍ଟେସନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ନଭେମ୍ବର ମାସରେ ମୋଟ ୧୧ ଗୋଟି ଟ୍ରେନ ବାତିଲ ରହିବ। ସେ ମଧ୍ୟରୁ ନଭେମ୍ବର ମାସର ୧୧ ରୁ ୧୯ ତାରିଖ ମଧ୍ୟରେ ମୁମ୍ବାଇ ଶାଲିମାର ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ସେହି ଭଳି ୧୩ ରୁ ୨୧ ତାରିଖ ମଧ୍ୟରେ ସାଲିମାର ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ।