ବାରବାଙ୍କ ଗ୍ରାମ ରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବଂଶାଜାଲ ପଞ୍ଚାୟତ ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ମଙ୍ଗଳବାର ସଂଧ୍ୟାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଏକ ବିରାଟ କଳସୀ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପକୁ ଆସିଥିଲେ । ସେଠାରେ ପୁରୋହିତ ଙ୍କ ଦ୍ଵାରା ହୋମ ଯଜ୍ଞ କରି ପୂଜାର୍ଚ୍ଚନା କରାଯାଇଥିଲା । ଏବଂ ନାମ ସଂକୀର୍ତ୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।