ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କରିଛନ୍ତି ଛତ୍ରପୁର ର ଏନଏସି ୧୦ନଂ ୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର। ଗୁରୁବାର ପୂର୍ବାହ୍ନରେ ଏନେଇ ଛତ୍ରପୁର ସ୍ଥିତ ଶ୍ରୀ ଶ୍ରୀ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଟ୍ରଷ୍ଟ ର ଏଭଳି କାର୍ଯ୍ୟ କୁ ପ୍ରଂଶସା କରିବା ସହିତ ଅସହାୟ ଗରିବ ମାନଙ୍କୁ ରାସନ ସାମଗ୍ରୀ କିଟ ବଣ୍ଟନ କରିଥିଲେ।