ବାରିପଦା ମ୍ୟୁନିସିପାଲଟି: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ବିଜେଡି ମହିଳା ଟିମ; ଏସପିଙ୍କୁ ବାରିପଦାରେ ଭେଟି ତୁରନ୍ତ ନ୍ୟାୟ ପାଇଁ ଦାବୀ
ଶନିବାର ଦିନ ପ୍ରାୟ ୧୨ଟାରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ବିଜେଡିର ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ଠାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହିତ ବାରିପଦା ଠାରେ ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କୁ ଭେଟି ତୁରନ୍ତ ପୀଡିତା ନାବାଳିକା କୁ ନ୍ୟାୟ ଯୋଗାଇ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି।