ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପଂଚାୟତ ସମିତି ବୈଠକରେ ପାନୀୟ ଜଳ ସମସ୍ୟା, ନଳକୂପ ଖୋଲାରେ ଅନିୟମିତତା, ନିମ୍ନମାନର ମଧ୍ୟାହ୍ନ ଭୋଜନ ସହିତ ଅନେକ ଅଭିଯୋଗ ଝରିପଡ଼ିଲା । ସରପଞ୍ଚ ଓ ସମିତି ସଭ୍ୟମାନେ ବିଭାଗୀୟ ଯନ୍ତ୍ରୀ ଇତିଶ୍ରୀ ଦେଓରିଙ୍କ ଉପରେ ମନମତା କାର୍ଯ୍ୟ ଓ ଦୁର୍ନୀତି ଅଭିଯୋଗ କରି ବେଶ କଟୁ ଆଲୋଚନା କରିଲେ । ପାଣି ଦୂଷଣରୁ 100ରୁ ଅଧିକ ଲୋକ କିଡନୀ ରୋଗରେ ପୀଡିତ ହେଉଥିବା ସତ୍ତ୍ୱେ ପ୍ରଶାସନ ନିଷ୍କ୍ରିୟ ବୋଲି ସରପଞ୍ଚ ସୁବ୍ରତ ନାଗ ଅସନ୍ତୋଷ ଜଣାଇଲେ । ସ୍କୁଲରେ ମଧ୍ୟାନ ଭୋଜନ ଏବଂ ଶିକ୍ଷକମାନଙ୍କ ଅନିୟମିତ ଉପସ୍ଥିତି ନେଇ ମଧ୍ୟ ଅଭିଯ