ବୀରମହାରାଜପୁର: ଉଲୁଣ୍ଡା ନୂତନ ବସଷ୍ଟାଣ୍ଡ ନିକଟରୁ ବାଇକ୍ ସହ ବିପୂଲ୍ ମାତ୍ରାରେ ବିଦେଶୀ ମଦ ଜବତ ,ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
ଉଲୁଣ୍ଡା ନୂତନ ବସଷ୍ଟାଣ୍ଡ ନିକଟରୁ ବାଇକ୍ ସହ ବିପୂଲ୍ ମାତ୍ରାରେ ବିଦେଶୀ ମଦ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ପ୍ରାୟ 5ଟା 30ରେ କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ୟୁପିର ଭିରେନ୍ଦ୍ର କୁମାର୍ ଆଲିଆସ ବିନୋଦ ତିୱାରୀ ବୋଲି ଜଣାପଡିଛି l ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାଇକ ଯୋଗେ ବିଦେଶ ମଦ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ନୂତନ ବସଷ୍ଟାଣ୍ଡ ନିକଟରେ ଉଲୁଣ୍ଡା ପୁଲିସ ଟିମ୍ ଚଢାଉ କରିଥିଲେ l ଚଢାଉ ବେଳେ ସେଠାରୁ ବାଇକ୍ ସହ ବିୟର 72 ବୋତଲ, କେନ୍ 72 ବୋତଲ, ହୁଇସ୍କି 40 ବୋତଲ ଏବଂ ଅନ୍ୟାନ୍ୟ 10 ବୋତଲ ଜବତ ସହ ସମ୍ପୃତ୍ ଅଭିଯୁକ