ଛତ୍ରପୁର: ଚମାଖଣ୍ଡି ଗ୍ରାମପଞ୍ଚାୟତ ଚମାଖଣ୍ଡି ହାଇସ୍କୁଲକୁ ଅଚାନକ ପରିଦର୍ଶନ କଲେ ଛତ୍ରପୁର ବିଧାୟକ
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତର ବହୁପୁରାତନ ଚମାଖଣ୍ଡି ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ମଂଗଳବାର ମଧ୍ୟାହ୍ନରେ ବିଧାୟକ ଉକ୍ତ ବିଦ୍ଯାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଓ ଖାଦ୍ୟ ପରିବେଷଣ, ଉତ୍ତମ ମାନର ମଧ୍ୟାହ୍ନ ଭୋଜନ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ ।