ବାମରା ନିକଟ ବାଦପଡ଼ା ଠାରେ ଚାଲିଥିବା ନୂତନ ବର୍ଷ ସେଲିବ୍ରେସନ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ସୂଚନା ଅନୁସାରେ ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଅନ୍ତର୍ଗତ ବାଦପଡ଼ା ଠାରେ ଚାଲିଥିବା ନୂତନ ବର୍ଷ ସେଲିବ୍ରେଶନ କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା ୭ ଟାରେ ଉଦଯାପିତ ହୋଇ ଯାଇଛି। ଏହି ଅବସର ରେ ବିଭିନ୍ନ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବା ବେଳେ ଏଥିରେ ସ୍ଥାନୀୟ କଳାକାର ମାନେ ଭାଗ ନେଇ ନୃତ୍ୟ ଗୀତ ପରିବେଷଣ କରିଥିଲେ।