ବାମରା ଷ୍ଟେସନବସ୍ତି ର ଜଣେ ଯୁବକ ଙ୍କ ମୋବାଇଲ ଫୋନ୍ ରାଉରକେଲା ଅଞ୍ଚଳରୁ ଚୋରି ହୋଇଥିବା ବେଳେ ଉକ୍ତ ମୋବାଇଲ ଫୋନ୍ ନାଗପୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ଷ୍ଟେସନବସ୍ତି ନିବାସୀ ରାହୁଲ ସାହୁ ପ୍ରାୟ ୬ ମାସ ପୂର୍ବରୁ କୌଣସି କାମରେ ରାଉରକେଲା ଯାଇଥିଲେ। ସେଠାରେ ଟ୍ରେନ ଧରିବା ପାଇଁ ରାଉରକେଲା ରେଲୱେ ଷ୍ଟେସନରେ ଅପେକ୍ଷା କରୁଥିବା କ୍ରମରେ କେହି ଦୁର୍ବୁତ୍ତ ନିଶା ସ୍ପ୍ରେ ପ୍ରୟୋଗ କରି ତାଙ୍କର ଦାମୀ ମୋବାଇଲ ସହ ୨୨ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ।