ପଦ୍ମପୁର: ନୃସିଂହନାଥ ଆଇସିଏଲ ଗେଷ୍ଟ ହାଉସ ଠାରେ ନୂଆପଡ଼ା ଉପ ନିର୍ବାଚନ କୁ ନେଇ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ମଙ୍ଗଳବାର 5ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଆଇସିଏଲ ଗେଷ୍ଟ ହାଉସ ଠାରେ ନୂଆପଡା ଉପ ନିର୍ବାଚନ କୁ ନେଇ ବିଜେପି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ , ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ଓ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି କେମିତି ବହୁତ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବ ସେ ଉପରେ ଆଲୋଚନା ହୋଇଥିଲା।