ଆଜି ମଙ୍ଗଳବାର 5ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଆଇସିଏଲ ଗେଷ୍ଟ ହାଉସ ଠାରେ ନୂଆପଡା ଉପ ନିର୍ବାଚନ କୁ ନେଇ ବିଜେପି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ , ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ଓ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି କେମିତି ବହୁତ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବ ସେ ଉପରେ ଆଲୋଚନା ହୋଇଥିଲା।