ଶ୍ରୀନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭା ଅଧୀନରେ ଆସନ୍ତା ୧୬ ନଭେମ୍ବର ରବିବାର ଘଣ୍ଟା ୧୧ରେ ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ ଆୟୋଜିତ ହେବ। ସଭାପତି ପ୍ରାଣବଲ୍ଲଭ ତ୍ରିପାଠି ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଡ଼. ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେବେ। ସମ୍ମାନୀୟ ଅତିଥି ଭାବେ ଡ଼.ଛତା ମାଖନା ଅଧ୍ୟାପକ ଦୈତାରୀ ପୁଜାରୀ, ଡ଼. ଅଜିତ ଦାଶ ଓ ଅଶୋକ ମିଶ୍ର ସହ ଅନେକ ପଣ୍ଡିତ ବିଦ୍ବାନ ଉପସ୍ଥିତ ହେବେ। ସଭାପତି ଓ ସମ୍ପାଦକ ସମସ୍ତ ସଭ୍ୟଙ୍କୁ ନିବେଦନ କରିଛନ୍ତି