ଗ୍ରାମର କୋଇଲା ଖଣି ଖନନକୁ ନେଇ ଦୁଇ ଭାଗ ଗ୍ରାମବାସୀ। ଅନୁଗୋଳ କଣିହାଁ ଅନ୍ତର୍ଗତ ବଇଣ୍ଡା ଗ୍ରାମବାସୀ ଏନେଇ ଆଜି ମଧ୍ୟାହ୍ନ ୧୨ ଟା ବେଳେ ଜିଲ୍ଲା ପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘଟଣା ଅନୁସାରେ ବଇଣ୍ଡା ଗ୍ରାମରେ ଥିବା କୋଇଲା ଖଣିକୁ ଖନନ ପାଇଁ କର୍ଣ୍ଣାଟକର ଏକ କମ୍ପାନୀ ଅନୁମତି ପାଇଛି l ହେଲେ ଗାଁର କିଛି ସ୍ୱାର୍ଥପର ବ୍ୟକ୍ତି ବିଶେଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଦାବି କରିଛନ୍ତି ଆମର ମୌଳିକ ସୁବିଧା ସୁଯୋଗ କରାଯାଉ। ଆମେ ସହଯୋଗ କରିବୁ। ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି।