ବରଗଡ ସଦର: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଙ୍ଗଠନ ପର୍ବ-୨୦୨୪ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟୀ ଜିଲ୍ଲା କାର୍ଯ୍ୟାଳୟ ବରଗଡ ଠାରେ ଜିଲ୍ଲା କାର୍ଯ୍ୟକାରି "ସଭାପତି" ଶ୍ରୀଯୁକ୍ତ ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବିନାରାୟଣ ଦାଶଙ୍କ ସଂଯୋଜନାରେ "ସଂଗଠନ ପର୍ବ" 2024 ର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ତଥା ବରଗଡ ଜିଲ୍ଲା ନିର୍ବାଚନ ଅଧକାରୀ ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଓଡ଼ିଶା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଚର୍ଚ୍ଚା କରିବା ସହିତ