ଝାରସୁଗୁଡା: ଉବୁଡା ଗ୍ରାମରେ ଦିଶରି ପରିବାରଙ୍କୁ ନାଗରିକ ପରିଷଦର ସମବେଦନା, ଘଟଣାକୁ ଦୃଢ଼ ନିନ୍ଦା
ଆଜି ତାରିଖ ୦୮-୦୧-୨୦୨୬ ସନ୍ଧ୍ୟା ୫ଟା ସମୟରେ ଲଖନପୁର ବ୍ଲକ ନାଗରିକ ପରିଷଦ ପକ୍ଷରୁ ସଭାପତି ଶ୍ରୀ ପିତାମ୍ବର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉବୁଡା ଗ୍ରାମର ଦିଶରି ପରିବାରଙ୍କୁ ତାଙ୍କ ଘରେ ଯାଇ ସମବେଦନା ଜଣାଇଥିଲେ। MCL ଖଣି ଦ୍ୱାରା ଜମି ଅଧିଗ୍ରହଣ ପରେ ଯଥୋଚିତ ସହାୟତା ନମିଳିବାରୁ ଚାପରେ ପଡି ଜଗଦିଶ ଦିଶରିଙ୍କ ୨୫ ବର୍ଷୀୟ ପୁଅ ସୁଜିତ ଦିଶରି ଆତ୍ମହତ୍ୟା କରିଥିବା ଘଟଣାକୁ ନାଗରିକ ପରିଷଦ ଦୃଢ଼ ନିନ୍ଦା କରିଛି। ଏହି ଘଟଣାକୁ ଲଖନପୁର ଅଞ୍ଚଳ ପାଇଁ କଳଙ୍କିତ ଅଧ୍ୟାୟ ବୋଲି ଅଭିହିତ କରାଯାଇଛି। ଆଗାମୀ ଦିନରେ ନ୍ୟାୟ ଓ ଯଥୋଚିତ ପଦକ୍ଷେପ ପାଇଁ ସମସ୍ତ ସହଯୋଗ ରହିବ ବୋଲି