ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ କେନାଲ ହୁଡା ନିକଟରେ ଜଗି ରହିଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର୍ କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ୩ଟି ଜରି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇକୁ ଜବତ କରାଯାଇଥିଲା। ଏଥିରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।