ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଶନିବାର ଦିନ ପ୍ରାୟ ୧୧ଟାରେ ବିଭିନ୍ନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଛି।