ପୋଡ଼ମ ପେଟା ନିକଟ ଋଷିକୂଲ୍ୟା ବେଳାଭୂମିରେ ଦୁଇଟି ଅଲିଭ ରିଡଲେ କଇଁଛଙ୍କ ଜିପିଏସ ଟ୍ୟାଗିଂ ହୋଇଛି । ଯାହା ଫଳରେ ସାଟେଲାଇଟ ଜରିଆରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ। ସେମାନେ କେଉଁଠୁ ଓଡ଼ିଶାକୁ ଆସୁଛନ୍ତି ତାହା ସ୍ପଷ୍ଟ ମଧ୍ୟ ହୋଇପାରିବ ବୋଲି ସୂଚନା ମିଳିଛି। ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିନିଅର ପ୍ରୋଜେକ୍ଟ ଆସୋସିଏଟ, ୱାଇଲଡ ଲାଇଭ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ।