ବସରୁ ସାମଗ୍ରୀ ଚୋରି ଅଭିଯୋଗ ରେ ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଗୋପବନ୍ଧୁ ନଗରର ଶିବ ସୁନା l ଜୟପୁର ସହରରକୁ ବାହାରରୁ ବିଭିନ୍ନ ବସରେ ଆସୁଥିବା ସାମଗ୍ରୀ ବସଷ୍ଟାଣ୍ଡର ଖଲାସୀ ମାନେ ଓହ୍ଲାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିବା ସହ ସାମଗ୍ରୀ ଲୁଟ ଅଭିଯୋଗ ରେ ଟାଉନ ଥାନା ପୋଲିସ ଗିରଫ କରିବା ସହ ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।