ଅନୁଗୋଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନା କୁଳୁମା ଗ୍ରାମରେ ପୋଖରୀରେ ବୁଡି ଯୁବକ ମୃତ୍ୟୁ । ମୃତକ ହେଲେ ମଙ୍ଗୁଳୁ ବେହେରା । ସୂଚନା ଯେ, ମଙ୍ଗୁଳୁ ଗାଈଗୋରୁ ଚରାଇବାକୁ ଯାଇଥିବାବେଳେ ଘରକୁ ଫେରିନଥିଲେ । ପରିବାର ବର୍ଗଙ୍କ ସହିତ ଗ୍ରାମବାସୀ ଖୋଜାଖୋଜି କରିବାପରେ ନମିଳିବାରୁ ପୋଖରୀରେ ବୁଡିଥିବା ସନ୍ଦେହ କରି ଦମକଳ ବାହିନୀକୁ ଖବର ଦେଇଥିଲେ l କଣିହାଁ ଦମକଳ ବାହିନୀ ସହାୟତାରେ ମଙ୍ଗୁଳୁର ମୃତଦେହ ଉଦ୍ଧାର କରିଥିଲା | ପରେ ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଚଳାଇଛି |