ତିର୍ତ୍ତୋଲ: ଦାର୍ଦିଆ ଗ୍ରାମରେ ଚାଲିଥିବା ରାସ୍ତା କାମ ବନ୍ଦ କରିବା ସହ ଶ୍ରମିକଙ୍କୁ ଧମକ ଦେବା ନେଇ ଜଣେ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ପୋତାନଇ ପଞ୍ଚାୟତ ଦାର୍ଦ୍ଦିଆ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏକ ରାସ୍ତା କାମ ଚାଲିଛି। ଏହି ରାସ୍ତା କାମ ଚାଲିଥିବାବେଳେ ବେଳେ ଆଶିଷ ନାମକ ଜଣେ ବ୍ୟକ୍ତି କାମ ବନ୍ଦ କରିବା ସହ ଶ୍ରମିକ ମାନଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଏସମ୍ପର୍କରେ ଶ୍ରମିକ ମାନେ ସୁପରଭାଇଜରଙ୍କୁ ଜଣାଇଥିଲେ। ସୁପରଭାଇଜର ରମେଶ ନାଥ ଏସମ୍ପର୍କରେ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି।