ଗଞ୍ଜାମ ଜିଲ୍ଲା ଓଡିଶା ରାଜ୍ୟର ସବଠୁ ବଡ଼ ଜିଲ୍ଲା l ଜିଲ୍ଲାର ବିକାଶ ଏବଂ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ସ୍ୱର ଉତ୍ତୋଳନ କରିବା ସହିତ ଜନ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି l ଏନେଇ ବୁଦ୍ଧିଜୀବୀ, ଆଇନଜୀଵୀ, ସମାଜସେବୀ, ବିଭିନ୍ନ ଦଳର ରାଜନେତା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏକ ହୋଇ ଏହି ଆନ୍ଦୋଳନ ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଭାରତୀୟ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ l ଶନିବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭଵନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରେଡ୍ଡୀ ଏହି ଆହ୍ଵାନ ଦେଇଛନ୍ତି।