ଜୁଜୁମୁରା: ଜୁଜୁମୁରା ଛକରେ ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ
ଜୁଜୁମୁରା ଛକରେ ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ ସମ୍ବଲପୁର-କଟକ ଜାତୀୟ ରାଜପଥ ତଥା ଯୁଯୋମୁରା ଥାନା ଅନ୍ତର୍ଗତ ଯୁଯୋମୁରା ଛକ ଠାରେ ରବିବାର ଦିନ ପ୍ରାୟ ସାଢେ ଏଗାର ଟା ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ସ୍ମୃଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ କ ନିକଟସୁ ଚନ୍ଦିନୀମାଲ ଗାଁ ର ଦିଲ୍ଲୀପ କଙ୍ଗାଡିଙ୍କ ପୁଅ ରାଜେଶ କାଙ୍ଗାଡି ବୋଲି ଜଣାପଡ଼ିଛି। ସୂଚନାନୁସାରେ ରାଜେଶ ଏକ ସ୍ମୃଟି ଯୋଗେ ସମ୍ବଲପୁର-କଟକ ଜାତୀୟ ଗ୍ରାମ୍ୟ ରାସ୍ତାରୁ ବାହାରି ରାଜପଥକୁ ପହଞ୍ଚିବା ପରେ ହଠାତ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଛି ।