ହିନ୍ଦୋଳ: ହରିପୁର ଛକ ନିକଟରେ ବାଇକକୁ ପିଟିଲା ଟ୍ରକ ପୁଅଝିଅ ଗୁରୁତର
ଢେଙ୍କାନାଳ ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ ବାଇକକୁ ଏକ ଟ୍ରକ ପିଟିବାରୁ ବାଇକରେ ଥିବା ପୁଅଝିଅ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ମୟୁରଭଞ୍ଜ ଅଞ୍ଚଳର ଯୁବକ ଏବଂ ଜଣେ ଝିଅ ବାଇକରେ ଯାଉଥିବା ସମୟରେ ଏକ ଟ୍ରକ ଦୃତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଯାହାଦ୍ବାରା ବାଇକଟି ଭାଙ୍ଗିଯିବା ସହିତ ୨ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ସନ୍ଧ୍ୟା ୬ଟାରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ।