ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରଖଣ୍ଡିଆ ଖେଳ ପଡ଼ିଆଠାରେ ଆଜି କଦଳୀମୁଣ୍ଡା ରାସ୍ତା ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସକୁ ନେଇ ସଂଧ୍ୟା ପାଞ୍ଚଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯେଉଁ ରାସ୍ତା ପାଇଁ ଲୋକେ ୬୦-୭୦ ବର୍ଷ ହେବ ହନ୍ତସନ୍ତ ହେଉଥିଲେ, କାଦୁଅ ହେଉଥିଲା, ଶିଶୁ ମାନେ ବର୍ଷା ହେଲେ ସ୍କୁଲ କୁ ଯାଇପାରୁନଥିଲେ, କଦଲିମୁଣ୍ଡା ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରୁନଥିଲା ସେହି ରାସ୍ତା ପାଇଁ ଆଜି ଶିଳାନ୍ୟାସ କରାଯାଇଛି ଏବଂ ଗୁଣାତ୍ମକ ମାନର ରାସ୍ତା କିପରି ହେବ